ଭାରତର ବିରୋଧ ସତ୍ତ୍ୱେ ଗିଲଗିଟ୍-ବାଲଟିସ୍ତାନରେ ମତଦାନ ଆରମ୍ଭ

ଇସଲାମବାଦ୍: ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ୍-ବାଲଟିସ୍ତାନ ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ଆରମ୍ଭ ହୋଇଛି। ୭ଟି ଜିଲ୍ଲାର ୧,୧୪୩ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଉଛି। ମତଦାନ ସନ୍ଧ୍ୟା ୫ ଯାଏଁ ଜାରି ରହିବ । ୨୪ଟି ବିଧାୟକ ପଦବୀ ଲାଗି ଏହି ମତଦାନ ହେଉଛି। ଏଥିପାଇଁ ମୋଟ ୨୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ସେମାନଙ୍କୁ ବାଛିବେ ୬୦ ଲକ୍ଷ ଭୋଟର। ନିର୍ବାଚନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।