ଭାରତ ଗସ୍ତ ଶେଷ, ସ୍ୱଦେଶ ଫେରିଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୩ଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ଆବେ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗଙ୍ଗା ନଦୀକୂଳରେ ଥିବା ପ୍ରସିଦ୍ଧ ଦଶ୍ୱାଶମେଧ ଘାଟରେ ଗଙ୍ଗା ଆଳତି ଦର୍ଶନ କରିଥିଲେ। ପୂର୍ବରୁ ନୂଆଦିଲ୍ଲୀରେ ମୋଦି ଏବଂ ଆବେଙ୍କ ମଧ୍ୟରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ହୋଇଥିଲା।

ଆବେଙ୍କ ଏହି ଗସ୍ତ ଅବସରରେ ଭାରତରେ ବୁଲେଟ୍ ଟ୍ରେନ୍ ନେଟୱାର୍କ ପ୍ରତିଷ୍ଠା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାସହ ଦୁଇଦେଶ ମଧ୍ୟରେ ବେସାମରିକ ପରମାଣୁ, ପ୍ରତିରକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା।