ରାତିଅଧରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ

ନୂଆଦିଲ୍ଲୀ: ବନାରସ୍ ହିନ୍ଦୁ ୟୁନିଭରସିଟିରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ।  ଧାରଣାରେ ବସିଥିବା ବେଳେ ଗତ ରାତିରେ ସେମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି। ୟୁନିଭରସିଟିର ଜଣେ ଛାତ୍ରୀ ଅସଦାରଣ ଅଭିଯୋଗ ଆଣିଥିଲେ।   କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ କର୍ତ୍ତୃପକ୍ଷ।   ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ।  ହେଲେ ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେବା ତ ଦୂରର କଥା ପୋଲିସ ଓଲଟା ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ କରିଥିଲା।

କୁଳପତିଙ୍କୁ ଦେଖା କରି ଛାତ୍ରୀଙ୍କ ସୁରକ୍ଷା ଉପରେ ଆଲୋଚନା ପାଇଁ ଯାଉଥିବା ବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା।   ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅତିଶୀଘ୍ର ରିପୋର୍ଟ ଦେବାକୁ ପୋଲିସ କମିଶନରଙ୍କୁ କହିଛନ୍ତି।