ଭୁଲ ବୁଝାବଣାକୁ ଦୂର ଲାଗି ଆତ୍ମବିଶ୍ୱାସ ଲୋଡା: ଉପରାଷ୍ଟ୍ରପତି ହମୀଦ ଆନସାରୀ

ମଲପ୍ପାପୁରମ୍(କେରଳ): ଭୁଲ ବୁଝାବଣାକୁ ଦୂର କରିବା ପାଇଁ ଆମ ଭିତରେ ଆତ୍ମବିଶ୍ୱାସ ରହିବା ନିହାତି ଆବଶ୍ୟକ। ଏହା ଦୂର ହୋଇପାରିଲେ ଦ୍ୱନ୍ଦ ମୁକ୍ତ ସମାଜ ଗଠନ ହୋଇପାରିବ। ମଙ୍ଗଳବାର ଅସହିଷ୍ଣୁତାକୁ ନେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ହମୀଦ ଅନସାରୀ।

ଏହାସହ ସେ କହିଛନ୍ତି, ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସବୁ ଧର୍ମରେ ସହିଷ୍ଣୁତାକୁ ଅଗ୍ରାଧିକାର ଦିଆଯାଏ। ଏହି ସହିଷ୍ଣୁତା ଓ ଆତ୍ମବିଶ୍ୱାସ ହିଁ ଆମ ଏକତାର ପ୍ରତୀକ। ସହଷ୍ଣୁତା ହେଉଛି ଏକ ଅସ୍ତ୍ର ଯାହାକୁ ବ୍ୟବହାର କରି ଧର୍ମ-ଧର୍ମ ମଧ୍ୟରେ, ରାଜନୈତିକ ଆଦର୍ଶ ମଧ୍ୟରେ ଓ  ଜାତୀୟତାକୁ ନେଇ ଯେଉଁ ଦ୍ୱନ୍ଦ ଉପୁଜୁଛି ତାହାକୁ ହ୍ରାସ କରିହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।