ବିହାର: ଭଗଲପୁରରେ ବୋମା ବିସ୍ଫୋରଣ, ୭ଶିଶୁ ଆହତ

ପାଟଣା: ବିହାରର ଭଗଲପୁରରେ ଦେଶୀ ବୋମା ବିସ୍ଫୋରଣରେ ୭ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଭଗଲପୁର କଟାହବାରୀ ଅଞ୍ଚଳରେ ଘଟିଛି । ପୋଲିସର କହିବା ଅନୁଯାୟୀ କଟାହବରୀ ଅଞ୍ଚଳରେ କିଛି ଶିଶୁ କ୍ରିକେଟ୍ ଖେଳୁଥିବା ସମୟରେ ଡଷ୍ଟବିନରୁ ଏହି ଅଫୁଟା ବୋମା ପାଇଥିଲେ। ପିଲାମାନେ କୌତୁହଳ ବଶତଃ ଏହାକୁ ନେଇ ଖେଳିଥିଲେ। ହଠାତ୍ ବୋମାଟି ବିସ୍ଫୋରଣ ହୋଇଥିଲା। ତତକ୍ଷାଣାତ୍ ଆହତ ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।