ବିହାର ଭୟଙ୍କର ରୋଗରେ ପୀଡ଼ିତ, ତୁରନ୍ତ ସର୍ଜରୀ ଆବଶ୍ୟକ: ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବିଜେପି ସାସଂଦ ସାକ୍ଷୀ ମହାରାଜ। ଆଜି ବିହାର ନିର୍ବାଚନକୁ ନେଇ ଏକ ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏବେ ବିହାର ଭୟଙ୍କର ରୋଗରେ ଅସୁସ୍ଥ, ତୁରନ୍ତ ସର୍ଜରୀର ଆବଶ୍ୟକତା ରହିଛି। ବିହାର ମାରାତ୍ମକ କ୍ୟାନସରେ ପୀଡିତ, ଚିକିତ୍ସା ଆବଶ୍ୟକ। ବିହାରକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ବିଜେପିକୁ ଏଠାରେ ବିଜୟୀ କରିବାକୁ ହେବ ବୋଲି ସେ କହିଛନ୍ତି। ଏକ ସର୍ଭେରୁ ବିହାର ନିର୍ବାଚନରେ ଏନଡିଏ ହାରିବ ବୋଲି ରିପୋର୍ଟ ପ୍ରକାଶ ପାଇବା ଉପରେ ସେ କହିଛନ୍ତି, ଏହା ଭିତ୍ତିହୀନ। ବିହାରରେ ଏନଡିଏ ସରକାର ଗଠନ କରିବ।