ସରକାରୀ ବାବୁଙ୍କୁ ନୀତିଶଙ୍କ କଡ଼ା ଚେତାବନୀ: କାମ କରୁ ନାହଁ ବିଦା ହେବ

ପାଟଣା:  ଦାୟିତ୍ୱହୀନ କର୍ମଚାରୀଙ୍କ ଉପରେ ବର୍ଷିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଯେଉଁ କର୍ମଚାରୀଙ୍କ ପାଇଁ କାମରେ ବିଳମ୍ୱ ଘଟିବ ତାଙ୍କୁ  କାମରୁ ଅବସର ଦିଆଯିବ ବୋଲି ଭାଗଲପୁରରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଦୁଇଟି  ମହତ୍ୱକାଂକ୍ଷୀ ଯୋଜନା ମଧ୍ୟ ଧିମାଗତିରେ ଚାଲିଥିବା ସମୀକ୍ଷା ବୈଠକରେ ଜଣାପଡ଼ିଛି।

ଏହି ବୈଠକରେ ନୀତିଶ କହିଛନ୍ତି ଯେ, ଆଜି ବି ବିହାରରେ ପ୍ରଚାର ପ୍ରସାର ଅଭାବରୁ ଲୋକେ ଜାଣିପାରୁ ନାହାଁନ୍ତି  ବିଭିନ୍ନ ସରକାରୀ ସେବା ବିଷୟରେ। ତେଣୁ ସେମାନେ  ସାଂସଦ, ବିଧାୟକ ନିକଟରେ ଫେରାଦ ହେଉଛନ୍ତି। କିଛି ଅଧିକାରୀ ସେବା ମନୋଭାବ ରହୁ ନାହିଁ। ଏଭଳି କର୍ମଚାରମାନଙ୍କୁ ଚିହ୍ନଟ କରାଯାଇ ସମୟ ପୂର୍ବରୁ ସେମାନଙ୍କୁ  ଅବସର ଦିଆଯାଉ ବୋଲି ନୀତିଶ ନିର୍ଦ୍ଦେଶ ଦେଇଛନ୍ତି।