କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶଓ୍ୱାନଙ୍କ ସାଂସଦ ଭାଇଙ୍କ ଦେହାନ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ୱାନଙ୍କ ଭାଇ ତଥା ବିହାର ସମସ୍ତିପୁରର ଏଲଜେପି(ଲୋକ ଜନ ଶକ୍ତି ପାର୍ଟି) ଲୋକସଭା ସାଂସଦ ରାମଚନ୍ଦ୍ର ପାଶଓ୍ୱାନଙ୍କ ଆଜି ପରଲୋକ ହୋଇଯାଇଛି। ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଜୁଲାଇ ୧୧ ତାରିଖ ଦିନ ରାମଚନ୍ଦ୍ର ହୃଦଘାତରେ ଆକ୍ରାନ୍ତ ହୋଇ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ରାମଚନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଚନ୍ଦ୍ର ପାଶଓ୍ୱାନଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି। ସେ ପଛୁଆ ବର୍ଗ ଲୋକଙ୍କର ଜଣେ ସକ୍ରିୟ ନେତା ଥିଲେ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି।