ବିହାରର ସହରସା ରାଲିକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ ୟୁଏଇ ଗସ୍ତ ସାରି ଗତକାଲି ଭାରତକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ବିହାରର ସହରସା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ। ମୋଦି ଏହି ପରିବର୍ତ୍ତନ ରାଲିରେ ବିହାର ପାଇଁ ବିଶେଷ ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି। ମୋଦିଙ୍କ ସହରସା ରାଲି ନେଇ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ଥିବା ଜଣାପଡିଛି।

ସହରାସା ରାଲି ପୂର୍ବରୁ ମୋଦି ଆରା ଗସ୍ତରେ ଯିବେ। ଏଠାରେ ସେ ପାଟନାରୁ ବକସର ମଧ୍ୟରେ ୪ ଲାଇନ୍ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିବେ।