ବିଜୟ ମାଲ୍ୟାଙ୍କୁ ହସ୍ତାନ୍ତର ପାଇଁ ବ୍ରିଟିଶ ହାଇ କମିଶନଙ୍କୁ ଚିଠି ଲେଖିଲା ଭାରତ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କର ପ୍ରାୟ ୯୦୦୦ କୋଟି ଟଙ୍କା ଋଣ ନ ଶୁଝି ବିଦେଶ ପଳାଇଥିବା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବ। ବ୍ରିଟେନ ହାଇ କମିଶନଙ୍କୁ ପତ୍ର ଲେଖି ବିଜୟ ମାଲ୍ୟାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ବିକାଶ ସ୍ୱରୂପ କହିଛନ୍ତି।

ସ୍ୱରୂପ କହିଛନ୍ତି, “ବିଜୟ ମାଲ୍ୟା ପର୍ଯ୍ୟଟକ ଭିସାରେ ବ୍ରିଟେନ ଯାଇଥିଲେ। ଭିସା ଆବେଦନ ପରେ ସେ କନଫରେନ୍ସ ଲାଗି ବ୍ରିଟେନ ଯାଇଥିବା କହିଥିଲେ। ଏହାର ଅନୁମତି ପର୍ଯ୍ୟଟକ ଭିସାରେ ଦିଆଯିବାର ନିୟମ ନାହିଁ।”

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିବା ଅନୁସାରେ ବିଦେଶ ମନ୍ତ୍ରାଳୟ ଏପ୍ରିଲ ୧୫ ତାରିଖରେ ବିଦେଶ ମନ୍ତ୍ରାଳୟ ମାଲ୍ୟାଙ୍କ ପାସପୋର୍ଟ ରଦ୍ଦ କରି ଦେଇଥିଲେ। ମନ୍ତ୍ରାଳୟ ମାଲ୍ୟାଙ୍କୁ ନୋଟିସ ଜାରି କରି ପାସପୋର୍ଟ ଆକ୍ଟର ସେକ୍ସନ ୧୦(୩)(ସି) ଆଧାରରେ ତାଙ୍କ ପାସପୋର୍ଟ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ପଚାରି ଥିଲେ। ୨୨ ଏପ୍ରିଲ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ମାଲ୍ୟାଙ୍କୁ କୁହାଯାଇଥିଲା। ମାଲ୍ୟାଙ୍କ ଉତ୍ତରକୁ ଆଧାର କରି ତାଙ୍କ ପାସପୋର୍ଟ ରଦ୍ଦ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। କିଛିଦିନ ପୂର୍ବରୁ ପିଏମ୍‌ଏଲ୍‌ଏ ଆକ୍ଟ ୨୦୦୨ ଅନୁସାରେ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଥିଲା।