ମରିଗଲା ମାନବିକତା: ଅପହରଣ କରି ମହିଳାଙ୍କ ସହ ଦୁଷ୍କର୍ମ କଲେ ୨୩ ଦୁର୍ବୃତ୍ତ

ବିକାନେର: ରାଜସ୍ଥାନର ବିକାନେରରେ ଘଟିଛି ଏକ ଅମାନବୀୟ କାଣ୍ଡ। ସବୁ ମାନବିକତାକୁ ଭୁଲି ଯାଇ ଜଣେ ମହିଳାଙ୍କୁ ୨୩ ଜଣ ଦୁଷ୍କର୍ମ ରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ବିକାନେର ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ଦିଲ୍ଲୀର ଜଣେ ମହିଳା ବିକାନେରରେ ଥିବା ନିଜ ଜମିକୁ ଦେଖିବାକୁ ଆସିଥିଲେ। ଜୟପୁର ରୋଡ ଅଞ୍ଚଳରୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଅପହରଣ କରିନେଥିଲେ। ଏହାପରେ ଜରକ ପରେ ଜଣେ ୨୩ ଜଣ ଗାଡି ଭିତରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ରାସ୍ତା କଡ଼ରେ ଫୋପାଡ଼ି ଫେରାର ହୋଇଯାଇଥିଲେ।