ବିରାଟ ସେୟାର କଲେ ୭ ମାସ ତଳର ଫଟୋ, ହଲଚଲ କରୁଛି ଆଲିଙ୍ଗନର ଦୃଶ୍ୟ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ସିନେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲଭ୍  ଷ୍ଟୋରୀ  ଏତେ ମାତ୍ରାରେ ଚର୍ଚ୍ଚା ହୋଇଥିଲା ଯେ, ତା’ ତୁଳନାରେ କୌଣସି ସୁପର ହିଟ୍‌ ଫିଲ୍ମ ମଧ୍ୟ ଫିକା ପଡ଼ିଯିବ। ଉଭୟଙ୍କ ଯୋଡ଼ିକୁ ନେଇ ସୋସିଆଲ ମଡିଆରେ ଯେଉଁଭଳି ଭାଇରାଲ ହେଲା ତାହା ଅତ୍ୟନ୍ତ ରୋଚକପୂର୍ଣ୍ଣ ଥିଲା।  ଉଭୟଙ୍କ ଶହ ଶହ ଫ୍ୟାନ୍‌ଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ୍‌ ଦେଖାଦେଇଥିଲା। ତେବେ ବାହାଘର ପୂର୍ବରୁ ତାଙ୍କ ଫ୍ୟାନ୍‌ମାନେ ସିନା ଉତ୍ସାହିତ ହୋଇ କେତେ କ’ଣ ପୋଷ୍ଟ କରୁଥିଲେ। ହେଲେ ଏବେ ବିରାଟ ଏବେ ସେହି ମୁଡ୍‌ରେ ଅଛନ୍ତି। ନିଜ ପ୍ରେମ କାହାଣୀର ୭ ମାସର ଏକ ଫଟୋକୁ ବିରାଟ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ଉଭୟ ବିରାଟ ଓ ଅନୁଷ୍କା ଆଲିଙ୍ଗନ କରୁଥିବା ଫଟୋ ନଜରକୁ ଆସିଛି।

63015092ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପରେ ବିରାଟ ସୋସିଆଲ ମିଡ଼ିଆରେ ନିଜର ଏହି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଫଟୋରେ ବିରାଟ ଲେଖିଛନ୍ତି , ‘ମାଇଁ ୱାନ୍ ଆଣ୍ଡ ଓନଲି’। ସୋସିଆଲ ମିଡିଆରେ ବିରାଟଙ୍କର ଏହି ଫଟୋ ଦେଖି ତାଙ୍କ ପ୍ୟାନମାନେ ଭାବିଲେ ଯେ, ଅନୁଷ୍କା ବିରାଟଙ୍କୁ ଦେଖା କରିବାକୁ ଦକ୍ଷିଣ ଆଫ୍ରିକା ଯାଇଛନ୍ତି। କିନ୍ତୁ କମେଣ୍ଟରେ ଅନୁଷ୍କା ‘ଆଇ ମିସ୍‌ ୟୁ ଠୁ ମାଇ ଲଭ୍’ ଲେଖିଛନ୍ତି। ତେବେ ଅନୁଷ୍କାଙ୍କ ଏହି କମେଣ୍ଟ ପରେ ବିରାଟଙ୍କୁ ସେ  ଦେଖା କରିବାକୁ ଦକ୍ଷିଣ ଆଫ୍ରିକା ଯାଇ ନ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଏହି ଫଟୋଟି ସାତ ମାସର ପୁରୁଣା।  ବିରାଟ ଓ ଅନୁଷ୍କା ନ୍ୟୁୟର୍କ ବୁଲିବାକୁ ଯାଇଥିବା ବେଳର ଫଟୋ। ଯାହାକୁ ବିରାଟ ସେୟାର କରିବା ମାତ୍ରେ ହିଁ ଚର୍ଚ୍ଚାକୁ ଆସିଛି।  ଫଟୋରେ ଦୁଇଜଣଙ୍କ ଚେହେରା କିନ୍ତୁ ଦେଖାଯାଉ ନାହିଁ। ଗତ ବର୍ଷ ଡିସେମ୍ବର ୧୧ ତାରିଖରେ ଅନୁଷ୍କା ଶର୍ମା ଓ ବିରାଟ ବିବାହ କରିଥିଲେ। ବର୍ତ୍ତମାନ ଅନୁଷ୍କା ନିଜ ଫିଲ୍ମ ‘ପରି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସେ ‘ସୁଇ ଧାଗା’ ଓ ‘ଜିରୋ’ ଫିଲ୍ମରେ ମଧ୍ୟ କାମ କରୁଛନ୍ତି।