ବିଶାଖାପାଟଣା: ପୋଲିସ୍‌ ଏନକାଉଣ୍ଟରେ ୨ ମାଓବାଦୀ ନିହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପୋଲିସ୍‌-ମାଓବାଦୀ  ଗୁଳିବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।

ବିଶାଖାପାଟଣାର କୟୁର ଅଞ୍ଚଳରେ ଥିବା ଆନ୍ନାବରମ୍‌ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା। ପୋଲିସ୍‌ ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଜବତ କରିଛି।