ରାହୁଲଙ୍କ ଜ୍ୟାକେଟର ଦାମ ୬୪ ହଜାର ଟଙ୍କା!  

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପିନ୍ଧିଥିବା ଏକ ଜ୍ୟାକେଟକୁ ନେଇ ଚର୍ଚ୍ଚା।   ଏହି ଜ୍ୟାକେଟ୍‌ର ଦାମ ପ୍ରାୟ ୬୪ ହଜାର ଟଙ୍କା ବୋଲି ଅଭିଯୋଗ କରିଛି ବିଜେପି ।  ମେଘାଳୟେରେ କଂଗ୍ରେସ ଦୁର୍ନୀତି କରି ଲୋକଙ୍କୁ କଳା ଧନ ସଂଗ୍ରହ କରିଥିବା ଆକ୍ଷେପ କରିଛି କଂଗ୍ରେସ।   ସୁଟ୍ ବୁଟ୍ କି ସରକାର ବୋଲି କହିଛି ବିଜେପି।   ଆଗକୁ ଅଛି ମେଘାଳୟ ବିଧାନସଭା ନିର୍ବାଚନ।   ନିର୍ବାଚନ ସଂପର୍କରେ ଦଳର ନେତାଙ୍କ ସହିତ ଆଲୋଚନା କରିବାକୁ ମେଘାଳୟ ଯାଇଥିଲେ ରାହୁଲ ଗାନ୍ଧି।   ଏକ ରକ୍ କନସର୍ଟରେ ବି ଯୋଗ ଦେଇଥିଲେ ସେ।   ଏହି ସମୟରେ ତାଙ୍କର ଜ୍ୟାକେଟକୁ ନେଇ ଆକ୍ରମଣ କରିଛି ବିଜେପି।   ଓବାମାଙ୍କ ସହିତ ସାକ୍ଷାତ ବେଳେ ମୋଦି ହୀରାଖଚିତ ଏକ ଜ୍ୟାକେଟ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ।   ସେହି ଜ୍ୟାକେଟ ୧୦ ଲକ୍ଷ ଟଙ୍କାର ବୋଲି ଅଭିଯୋଗ କରି ରାହୁଲ ଗାନ୍ଧି ସୁଟ୍ ବୁଟ୍ କି ସରକାର ବୋଲି କଟାକ୍ଷ କରିଥିଲେ।   ଏବେ ତାଙ୍କୁ କଟାକ୍ଷ କରିଛି ବିଜେପି।   ତେବେ ରାହୁଲ ପିନ୍ଧିଥିବା ପରି ଜ୍ୟାକେଟ ୭ ଶହ ଟଙ୍କାରେ ମଧ୍ୟ ମିଳିବ ବୋଲି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଛନ୍ତି।