ବିଜେପି ନେତାଙ୍କୁ ରସିଦଙ୍କ ଧମକ; ମୁହଁ ବନ୍ଦ ନ ରଖିଲେ ଲସ୍କର–ଏ-ତୋଇବାକୁ ହସ୍ତାନ୍ତର କରିଦେବି

ଜମ୍ମୁ:  ଜମ୍ମୁ-କାଶ୍ମୀରର ସ୍ୱାଧୀନ ବିଧାୟକ ଇଞ୍ଜିନିୟିର ରସିଦ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରସିଦ ଜଣେ ବିଜେପି ନେତାଙ୍କୁ ଧମକ ଦେବା ସହ ଯଦି ସେ ତାଙ୍କ ମୁହଁ ବନ୍ଦ ନ ରଖନ୍ତି ତେବେ ତାଙ୍କୁ  ଆତଙ୍କବାଦୀ ସଂଗଠନ ଲସ୍କର–ଏ-ତୋଇବାକୁ ଦେଇଦେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପୁଲୱାମାରେ ରସିଦ ଓ  ତାଙ୍କ ସମର୍ଥକମାନେ  ଧାରଣାରେ  ବସିଥିବା ବେଳେ ବିଜେପିର କିଛି ସଦସ୍ୟଙ୍କ ସହିତ ହାତାହତି ହୋଇଥିଲା। ଏହି ସମୟରେ ରସିଦ ବିଜେପିର ଜଣେ ସଦସ୍ୟକୁ ଏହି ଧମକ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ପୁଲୱାମାରେ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ବେଳେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ରସିଦ ପୂର୍ବରୁ ବହୁବାର ବିବାଦୀୟ ବୟାନ ଚର୍ଚ୍ଚାରେ ରହିଆସିଛନ୍ତି। ଗତ ଅକ୍ଟୋବରରେ ରାଜ୍ୟରେ ଗୋ-ମାଂସ ଉପରେ ପ୍ରତିବନ୍ଧକର ପ୍ରତିବାଦ କରି ସେ ବିଫ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ବିଜେପି ବିଧାୟକମାନେ ଜମ୍ମୁ-କାଶ୍ମୀର ବିଧାନସଭା ମଧ୍ୟରେ ଆକ୍ରମଣ କରିଦେଇଥିଲେ।