ମେଣ୍ଟ ପ୍ରଭାବ, ହାରିଲେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା

ଲକ୍ଷ୍ନୌ: ମହାମେଣ୍ଟର ଜାଲରେ ଛନ୍ଦି ହୋଇଗଲେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା। ଉତ୍ତର ପ୍ରଦେଶ ବିଜେପିର ଏହି ବରିଷ୍ଠ ନେତା ମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟିର ନେତା ଅଫଜଲ ଅନସାରୀ ପାଖରୁ ଶୋଚନୀୟ ପରାଜୟ ହୋଇଛନ୍ତି।

ବିଏସପି ପ୍ରାର୍ଥୀ ଅନସାରୀ ୫ ଲକ୍ଷ ୬୪ ହଜାର ୧୪୪ ଜଣ ଭୋଟ ପାଇଥିବା ବେଳେ ମନୋଜ ସିହ୍ନା ୪ ଲକ୍ଷ ୪୩ ହଜାର ୧୮୮ ଖଣ୍ଡ ଭୋଟ ପାଇଛନ୍ତି।