‘ମୋଦି ହୈ ତୋ ମୁମକିନ ହୈ’ ବିଜେପିର ନିର୍ବାଚନୀ ନାରା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏର ସରକାରର ନୂଆ ନାରା ନିଜ ବ୍ଲଗରେ ଲେଖିଛନ୍ତି  ଏଜେଣ୍ଡା ୨୦୧୯ ଭାଗ ୪ ରେ ‘ମୋଦି ହୈ ତ ମୁମକିନ ହୈ’ ଚଳିତ ନିର୍ବାଚନରେ ବିଜେପିର ନୂଆ ନାରା ବୋଲି କେନ୍ଦ୍ରମନ୍ତ୍ରୀ ଜେଟଲୀ ଉଲ୍ଲେଖ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପାଇଁ ଜେଟଲୀ ବିଜେପିର ପ୍ରଚାର ପ୍ରଭାରୀ ଅଛନ୍ତି। ‘ଏବେ ଭାରତୀୟ ମାନେ ମୋଦିଙ୍କୁ କର୍ମଠ ନେତା ଭାବେ ଦେଖୁଛନ୍ତି । ଭାରତ ବାହାରେ ମଧ୍ୟ ଯେଉଁମାନେ ରହୁଛନ୍ତି ସେମାନେ ଭାରତ ଦ୍ବାରା ନିଆଯାଉଥିବା ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି । ଯାହାକୁ ସମସ୍ତେ ହୃଦୟଙ୍ଗମ କରୁଛନ୍ତି’ ବୋଲି ନିଜ ବ୍ଲଗରେ ଲେଖିଛନ୍ତି । ଏଥିପାଇଁ ବିଜେପି ୨୦୧୯ ଚଳିତ ସାଧାରଣ ନିର୍ବାଚନରେ ‘ମୋଦି ହୈ ତୋ ମୁମକିନ ହୈ’ ନାରା ଦିଆଯାଇଥିବା କହିଛନ୍ତି  ।