ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର, ଚାଷୀଙ୍କ ରୋଜଗାର ଦୁଇ ଗୁଣା ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସଙ୍କଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ୫ ବର୍ଷର ସଫଳତା ବଖାଣିଥିବାବେଳେ ଆଗାମୀ ଦିନରେ ବିଶ୍ବର ଶ୍ରେଷ୍ଠ ୩ଟି ଅର୍ଥନୈତିକ ଦେଶ ମଧ୍ଯରେ ଭାରତ ଆସିବ ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ସରକାରର ନ୍ଯୁ ଇଣ୍ଡିଆ ନାରାକୁ ଦୋହରାଇଛନ୍ତି ରାଜନାଥ । ୬ କୋଟି ଲୋକଙ୍କ ମତକୁ ନେଇ ବିଜେପି ଏହି ସଙ୍କଳ୍ପ ପତ୍ର ଘୋଷଣା କରିଛି ବୋଲି ସେ କହିଛନ୍ତି।

ବିଜେପିର ସଙ୍କଳ୍ପ ପତ୍ର

    • ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ଲାଗିବ
    • ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ
    • ସିଟିଜେନସିପ୍ ବିଲ୍ ପାସ୍ ହେବ, ଲାଗୁ କରାଯିବ
    • ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ସାଲିସ କରାଯିବନି
    • ମିଳିତ ଆଲୋଚନାରେ ଶୀଘ୍ର ରାମନ୍ଦିର ନିର୍ମାଣ ଚେଷ୍ଟା
    • ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣା କରାଯିବ
    • ଗ୍ରାମୀଣ ବିକାଶ ପାଇଁ ୫ ବର୍ଷରେ ୨୫ ଲକ୍ଷ କୋଟି ଖର୍ଚ୍ଚ ହେବ
    • କୃଷକଙ୍କୁ ପିଏମ୍ କିଷାନ ନିଧି ସହାୟତା ଚାଲୁ ରହିବ
    • ସବୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ସହାୟତା ମିଳିବ
    • ଛୋଟ ଚାଷୀଙ୍କୁ ପେନସନ ସୁବିଧା ଦିଆଯିବ
    • ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ କରାଯିବ
    • ଦେଶର ଛୋଟ ଦୋକାନୀଙ୍କୁ ପେନସନ ବ୍ୟବସ୍ଥା ହେବ
    • ଦେଶର ସବୁ ନିର୍ବାଚନ ଏକାସାଙ୍ଗରେ କରାଯିବ
    • କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ମଜବୁତ କରାଯିବ
    • ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେନସ କରାଯିବ
    • ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଋଣ ବିନା ସୁଧରେ ଦିଆଯିବ
    • ସବୁ ଗରିବ ପରିବାରକୁ ମାଗଣା ଏଲପିଜି କନେକ୍ସନ ଦିଆଯିବ
    • ଦେଶରେ ଆଉ ୭୫ ମେଡିକାଲ କଲେଜ ପ୍ରତିଷ୍ଠା ହେବ
    • ପ୍ରତି ବ୍ୟକ୍ତିକୁ ୫ କି.ମି ଭିତରେ ବ୍ୟାଙ୍କ ସୁବିଧା ମିଳିବ
    • ୨୦୦ ନୂଆ କେନ୍ଦ୍ର ବିଦ୍ଯାଳୟ ଏବଂ ନବୋଦୟ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିଶୃତି
    • ୨୦୨୪ ସୁଦ୍ଧା ଏମବିବିଏସ ଏବଂ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସଂଖ୍ଯା ଦୁଇ ଗୁଣା ବୃଦ୍ଧି
    • ଦେଶର ଅର୍ଥବ୍ଯବସ୍ଥାକୁ ଆଗକୁ ନେବା ପାଇଁ ୨୨ଟି ପ୍ରମୁଖ ଚାମ୍ପଅନ ସେକ୍ଟରର ନିର୍ଦ୍ଧାରଣ
    • ପୂର୍ବାଞ୍ଚଳ ରାଜ୍ଯରେ ଏମଏସଏମଇକୁ ଆଗକୁ ନେବା ପାଇଁ ସ୍ବତନ୍ତ୍ର ଯୋଜନା
    • ସମସ୍ତ ଅଙ୍ଗନବାଡ଼ି ଏବଂ ଆଶା କର୍ମୀ ଆୟୁଷ୍ନାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ହେବେ
    • ସମସ୍ତ ଦୋକାନୀ ପ୍ରଧାନମନ୍ତ୍ରୀ ଶ୍ରମ ୟୋଗୀ ମନ୍ଧନ ଯୋଜନାର ଅନ୍ତର୍ଭୁକ୍ତ ହେବେ
    • ୨୦୧୪ ଯାଏଁ ୫୯ ଗାଁରେ ଅପ୍ଟିକାଲ ଫାଇବର ଥିଲା। ଏବେ ୧ ଲକ୍ଷ ୧୬ ହଜାର ଗାଁରେ ଅପ୍ଟିକାଲ ଫାଇବର ରହିଛି: ସୁଷମା
    • ପ୍ରବାସୀ ଭାରତୀୟଙ୍କ ସହ ପାରମ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ‘ଭାରତ ଗୌରବ’ର ଶୁଭାରମ୍ଭ ହେବ
    • ସଙ୍କଳ୍ପ ପତ୍ରରେ ୭୫ଟି ଦିଗ ଉପରେ ନିଷ୍ପତ୍ତି ନିଆଯାଇଛି। ଦେଶପ୍ରେମ ଆମ ପ୍ରେରଣା, ଅନ୍ଯୋଦୟ ଆମ ଦର୍ଶନ, ସୁଶାସନ ଆମ ମନ୍ତ୍ର: ନରେନ୍ଦ୍ର ମୋଦି

ସଙ୍କଳ୍ପ ପତ୍ର ଘୋଷଣା କରିବା ପୂର୍ବରୁ ୫ ବର୍ଷ ସରକାରର ସଫଳତା ବଖାଣିଥିଲେ ବିଜେପି ସଭାପତି ଅମିତ ଶାହ।

୨୦୧୪ ବେଳେ ବିଜେପି ସରକାରକୁ ଆସିଥିବାବେଳେ ଦେଶର ଅର୍ଥନୀତି ଅନ୍ତର୍ଜାତୀୟ ସ୍ତରରେ ୧୧ ନମ୍ବରରେ ଥିବାବେଳେ ଏବେ ୫ ନମ୍ବରରେ ପହଞ୍ଚିଥିବା ସେ କହିଛନ୍ତି । ୫ ବର୍ଷରେ ୫୦ରୁ ଅଧିକ ବଡ଼଼ ନିଷ୍ପତ୍ତି ମୋଦି ସରକାର ନେଇଥିବା ସେ କହିଛନ୍ତି ।

ଶ୍ରୀ ଶାହ କହିଛନ୍ତି, ଭାରତ ଏବେ ମହାକାଶରେ ମହଶକ୍ତିରେ ପରିଣତ ହୋଇଛି। ବିଭିନ୍ନ ଦୁର୍ନୀତି ଓ ଆତଙ୍କବାଦ ପ୍ରସଙ୍ଗରେ ମୋଦି ସରକାର କଡ଼ା ପଦକ୍ଷେପ ନେଇ ଲୋକଙ୍କ ପ୍ରତି ସରକାରର ସଙ୍କଳବଦ୍ଧକୁ ପ୍ରମାଣ କରିଛନ୍ତି। ମୋଦି ସରକାର ବିରୋଧରେ କୌଣସି ଦୁର୍ନୀତିର ଅଭିଯୋଗ ନାହିଁ। ୨୦୧୯ରେ ଭାରତର ଇତିହାସ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବ ।