ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ: ରାଜନୈତିକ ଦଳଙ୍କ ସହ ଆଲୋଚନା ପାଇଁ ବିଜେପି ଗଠନ କଲା କମିଟି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ବିଭିନ୍ନ ରାଜନୈତି ଦଳ ସହ ଆଲୋଚନା ଲାଗି ତିନି ଜଣିଆା କମିଟି ଗଠନ କରିଛି ବିଜେପି। ଦଳର ବରିଷ୍ଠ ନେତା ରାଜନାଥ ସିଂହ, ଅରୁଣ ଜେଟଲୀ ଏବଂ ଭେଙ୍କିୟା ନାଇଡୁଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟି ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ବିଚାର ବିମର୍ଶ କରିବ। ଆଜି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏହି କମିଟି ଗଠନ କରିଥିବା ନେଇ ସୂଚନା ଦେଇଛନ୍ତି।

କିଛିଦିନ ପୂର୍ବରୁ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ୧୯ଟି ଦଳର ନେତାଙ୍କୁ ଡାକି ଆଲୋଚନା କରିଥିଲେ। ଏବେ ବିଜେପିର ନୂଆ କମିଟି ଗଠନ ପରେ ଏହି କମିଟି ବିରୋଧୀ ଦଳ ସମେତ ଅନ୍ୟ ଦଳଗୁଡ଼ିକ ସହ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲୋଚନା କରିବା ନେଇ ଆଶା କରାଯାଉଛି।