ଖସୁଛି ମୋଦି ସରକାରର ଲୋକପ୍ରିୟତା?

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ଶେଷ ହେବା ପାଇଁ ଆଉ ୬ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ସି-ଭୋଟର ଦ୍ୱାରା କରାଯାଇଥିବା ସର୍ଭେରୁ ବିଜେପି ପ୍ରତି ଲୋକଙ୍କ ଆସ୍ଥା କମୁଛି ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୨ରୁ ଏପ୍ରିଲ ୧୨ ମଧ୍ୟରେ ସି-ଭୋଟର-ଆଇଏଏନଏସ ଦ୍ୱାରା ଏହି ସର୍ଭେ କରାଯାଇଥିଲା।

ପାକିସ୍ତାନ ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକ ପରେ ମାର୍ଚ୍ଚ ୭ ତାରିଖ ମଧ୍ୟରେ ହୋଇଥିବା ସର୍ଭେରେ ୬୨.୦୬ ପ୍ରତିଶତ ଲୋକ ଚଳିତ ସରକାରକୁ ସମର୍ଥନ କରିଥିବା ସି-ଭୋଟର ପ୍ରକାଶ କରିଥିଲା। ତେବେ ବାଲାକୋଟ ଏୟାରଷ୍ଟ୍ରାଇକର ୫୦ ଦିନ ପରେ ଏପ୍ରିଲ ୧୨ ସୁଦ୍ଧା ସରକାରଙ୍କ ଲୋକପ୍ରିୟତା ୧୨ ପଏଣ୍ଟ ଖସି ଯାଇଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ବିଜେପି ସରକାରର ଲୋକପ୍ରିୟତା ୩୦ରୁ ୪୦ ପଏଣ୍ଟ ମଧ୍ୟରେ ରହିଥିଲା। ଏହାପରେ ମୋଦି ସରକାର ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଥିବା ସି ଭୋଟର-ଆଇଏଏନଏସ ଟ୍ରାକ୍‌ ରିପୋର୍ଟରେ ପ୍ରକାଶ ପାଇଥିଲା।