ଏପ୍ରିଲ ୭ରେ ଇସ୍ତାହାର ଜାରି କରିବ ବିଜେପି

ନୂଆଦିଲ୍ଲୀ: ଏପ୍ରିଲ ୭(ଶନିବାର) ଭାରତୀୟ ଜନତା ପାର୍ଟି(ବିଜେପି) ଚଳିତ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିବ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏପ୍ରିଲ ୭ ତାରିଖରେ ଇସ୍ତାହାର ଘୋଷଣା କରିଥିଲା। ତେଣୁ ଚଳିତଥର ସମାନ ତାରିଖରେ ଘୋଷଣା ପତ୍ର ଜାରି କରିବ ବୋଲି ଜଣାପଡ଼ିଛି।

ଇସ୍ତାହାର କମିଟିର ଅଧ୍ଯକ୍ଷ ରାଜନାଥ ସିଂହଙ୍କ ନେତୃତ୍ବରେ ୨୦ ଜଣିଆ ସଦସ୍ଯକୁ ନେଇ ଏକ ଟିମ ଗଠନ ହୋଇଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, ନିର୍ମଳା ସୀତାରମଣ, ରବି ଶଙ୍କର ପ୍ରସାଦ, ଶିବରାଜ ସିଂହ ଚୌହ୍ବାନ ପ୍ରମୁଖ ସଦସ୍ଯ ରହିଛନ୍ତି।

ଏହି ଇସ୍ତାହାର ଜରିଆରେ ମୋଦି ସରକାର ତାଙ୍କର ସଫଳତା ଏବେ ଅନ୍ତିମ ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ବାବଦରେ ସୂଚନା ଦେବେ ବୋଲି ଜଣାପଡ଼ିଛି। ୨୦୧୪ରେ ୫୪୯ଟି ପ୍ରତିଶୃତି ବିଜେପି ଦେଇଥିଲା ଯେଉଁଥିରୁ ୫୨୦ଟି ପ୍ରତିଶୃତି ପୁରଣ ହୋଇଥିବା ଦଳ ଦାବି କରିଛି।

ମତଦାନର ୪୮ ଘଣ୍ଚା ପୂର୍ବରୁ ଇସ୍ତାହାର ଘୋଷଣା ହେବା ଦରକାର ବୋଲି ନିର୍ବାଚନ କମିସନ ପୂର୍ବରୁ ଅବଗତ କରାଇଥିଲେ। ପର୍ଯ୍ଯାୟକ୍ରମେ ରାଜନୈତିକ ଦଳ ଇସ୍ତାହାର ଘୋଷଣା କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି।