ଏମ୍‌ସିଡିରେ କ୍ଲିନ୍‌ ସୁଇପ୍‌ ପରେ ବିଜେପିର ‘କ୍ଳିନ୍‌ ଦିଲ୍ଲୀ’ ମିଶନ

ନୂଆଦିଲ୍ଲୀ: ଦିଲ୍ଲୀକୁ ସ୍ୱଚ୍ଛ କରିବାର ମଙ୍ଗ ଧରିଛି ବିଜେପି। ଏମ୍‌ସିଡି ନିର୍ବାଚନରେ କ୍ଲିନ ସୁଇପ୍‌ ପରେ ବିଜେପି ସ୍ୱେଚ୍ଛାସେବୀ ସଂସ୍ଥାଙ୍କ ସହ ମିଶି ଦିଲ୍ଲୀକୁ କ୍ଲିନ୍‌ କରିବାକୁ ଅଣ୍ଟା ଭିଡ଼ିଛି। ଆଜି ସକାଳ ୭ଟା ସମୟରେ ଦିଲ୍ଲୀକୁ କ୍ଳିନ୍‌ କରିବା ପାଇଁ ୧ଲକ୍ଷ ଭଲୋଣ୍ଟରର୍ସ ସହ ବିଜେପି ସଫେଇ ଅଭିଯାନ ଆରମ୍ଭ କରିଛି। ଏହି ସ୍ୱଚ୍ଛ ମିଶନରେ ଦିଲ୍ଲୀର ଅନେକ ନେତା ସାମିଲ୍‌ ହୋଇଥିଲେ।

ବିଜେପି ନେତା ମନୋଜ ତିୱାରୀଙ୍କ ସମେତ ୩ ମନ୍ତ୍ରୀ ବିଜୟ ଗୋଏଲ, କେନ୍ଦ୍ରୀୟ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଓ ଜେନେରାଲ୍‌ ଭିକେ ସିଂହ ଝାଡୁ ଧରି ସଫା କରିଥିଲେ। ଏମାନଙ୍କ ବ୍ୟତୀତ ବାବା ରାମ ରହୀମ ମଧ୍ୟ ‘କ୍ଳିନ୍‌ ଦିଲ୍ଲୀ’ ମିଶନରେ ଯୋଗ ଦେଇଥିଲେ।

ସୌଜନ୍ୟ-ଆଜ୍‌ତକ୍

ଫଟୋ-ଆଜ୍‌ତକ୍‌