ବିଜେପି କଳୁଷିତ ରାଜନୀତି କରୁଛି: ମାୟାବତୀ

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ  କରିଛନ୍ତି। ସେ କହିଛନ୍ତି, ବିଜେପି ସାଂପ୍ରଦାୟିକ ସଦଭାବ ଉପରେ ବିଶ୍ୱାସ କରେ ନାହିଁ। ବିଏସପି ସମସ୍ତ ଜାତି ଓ ଧର୍ମର ଲୋକଙ୍କୁ ଟିକେଟ ଦେଇଛି। କିନ୍ତୁ ମୋଦି ଭେଦଭାବ କରିଛନ୍ତି।”

ସେ ଆହୁରି କହିଛନ୍ତି,“ବିଜେପି ଏକ ନମ୍ବର ଜାତିବାଦୀ ଦଳ । ଯଦି ଜାତିବାଦୀ ଦଳ ହୋଇ ନଥାନ୍ତା ତାହାହେଲେ ହାଇଦ୍ରାବାଦ ଓ ଗୁଜରାଟରେ ହିଂସା ହୋଇ ନ ଥାଆନ୍ତା।”

ମାୟାବତୀ କହିଛନ୍ତି,“ୟୁପିରେ ବିଜେପି ଖରାପ ଅବସ୍ଥାରେ  ଅଛି। ସେଥିପାଇଁ  ବିଜେପି କଳୁଷିତ ରାଜନୀତି କରୁଛି। ”