‘ଶ୍ରୀମତି ଇଣ୍ଡିଆ-୨୦୧୭’ ଫାଇନାଲରେ ବିଜେପି କର୍ପୋରେଟର

ଜମୁନା ନଗର: ଜମୁନାନଗର ମୁନିସିପାଲ କର୍ପୋରେସନର କାଉନସିଲର ତଥା ବିଜେପି ନେତ୍ରୀ ପ୍ରୀତି ଜୌହର ‘ଶ୍ରୀମତି ଇଣ୍ଡିଆ ୨୦୧୭’ ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ପ୍ରୀତି ଏବେ ଦୁଇଟି ସନ୍ତାନ ଅଂଶ ଓ ଭନସ୍‌ଙ୍କ ମାଆ। ୧୯୯୯ରେ ପ୍ରୀତି ମିସ୍‌ ଇଣ୍ଡିଆ ସାହାରନ୍‌ପୁର ହୋଇଥିଲେ। ବିବାହ ପରେ ସେ ଏଥିରୁ ନିଜକୁ ଦୂରେଇ ରଖିଥିଲେ।

ଏବେ ପ୍ରୀତିଙ୍କୁ ଶ୍ରୀମତି ଇଣ୍ଡିଆ ପ୍ରତିଯୋଗିତାରେ ଅନ୍ୟ ୪୪ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡୁଛି। ସେ ଏବେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ପରିବାର ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁଛି।

ସେ କହିଛନ୍ତି,“ଭାରତୀୟ ମହିଳାମାନେ କେତେ ଶକ୍ତିଶାଳୀ ପୁରୁଷମାନଙ୍କୁ ଜଣାନାହିଁ। ଦେଶର ସବୁ ପୁରୁଷ ନାରୀଶକ୍ତିକୁ ଜାଣିବା ଦରକାର ଓ ସେମାନଙ୍କୁ ସ୍ୱାଧୀନ ଭାବେ କାମ କରିବାକୁ ଦେବା ଦରକାରବ।”