ବନ୍ଧୁକ ନେବା ଅଭିଯୋଗରେ ବିଜେପି ବିଧାୟକଙ୍କ ଭାଇ ଗିରଫ

ମେରଟ: ଉତ୍ତରପ୍ରଦେଶର ସରଧନା ବିଧାୟକ ସଂଗୀତ ସୋମଙ୍କ ଭାଇ ଗଗନଙ୍କୁ ପୋଲିସ ଗିରଫ କରିଛି। ଭୋଟ ଗ୍ରହଣ କେନ୍ଦ୍ରକୁ ବନ୍ଧୁକ ନେବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ସରଧନାର ଭୋଟ ଗ୍ରହଣ କେନ୍ଦ୍ରରେ ପୋଲିସ ଗଗନଙ୍କୁ ଅଟକାଇ ଯାଞ୍ଚ କରିବା ସହ ଏକ ବନ୍ଧୁକ ଜବତ କରିଥିଲା। ଏହା ପରେ ପୋଲିସ ଗଗନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରୁ ଗିରଫ କରିଥିଲା।