ବିଜେପି ମୁଖ୍ୟାଳୟରେ ମୋଦିଙ୍କ ‘ଦିୱାଲୀ ମିଲନ୍’

ନୂଆଦିଲ୍ଲୀ: ନୂଆଦିଲ୍ଲୀ  ସ୍ଥିତ ବିଜେପି ମୁଖ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଦିଁୱାଲୀ ମିଲନ୍’ କାର୍ଯ୍ୟକ୍ରମ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ସମ୍ପାଦକଙ୍କ ସହ ମତ ବିନିମୟ କରିଥିଲେ। ସାମାଜିକ ଓ ଆର୍ଥିକ ଦିଗ ପ୍ରତି ଗରୁତ୍ୱ ଦେବା ସହ ଭଲ ଖବର ତିଆରି କରିବାକୁ ମୋଦି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ପ୍ରତିନିଧିମାନେ ମୋଦିଙ୍କ ସହ ସେଲଫି ଉଠାଇବା ନେଇ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ସହିତ ଫଟୋ ଉଠାଇବା ଲାଗି ତାଙ୍କୁ ଘେରି ରହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଭେଙ୍କିୟା ନାଇଡୁ, ନୀତିନ ଗଡ଼କରୀ ଏବଂ ବିଜେପି ସଭାପତି ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ।