ୟୁପିରେ ନିର୍ବାଚନ ପାଇଁ ବିଜେପିର ନୂଆ ଗୀତ ରିଲିଜ, କଣ୍ଠଦାନ କଲେ ଉଦିତ୍‌

ନୂଆଦିଲ୍ଲୀ: ୨୦୧୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏକ ନୂଆ ଭିଡିଓ ଗୀତ ରିଲିଜ କରିଛି। ଏହି ଗୀତର ଲିରିକ୍ସ ରହିଛି ‘ଚଲ୍‌ କମଲ୍‌ କେ ସାଥ୍‌ ଚଲ୍‌’। ଏହି ଗୀତ ପାଇଁ ବଲିଉଡ ଗାୟକ ଉଦିତ୍‌ ନାରାୟଣ ନିଜର କଣ୍ଠଦାନ କରିଛନ୍ତି।

ଏହି ଗୀତକୁ ଅବୀର ବାଜପେୟୀ ଲେଖିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। ସେ ୨୦୧୪ରେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପାଇଁ ‘ଅଚ୍ଛେଦିନ୍‌ ଆନେୱାଲେ ହେଁ’ ଗୀତ ମଧ୍ୟ ଲେଖିଥିଲେ।