ବିଜେପିରେ ସାମିଲ ହେଲେ ସୁରେଶ ଗୋପୀ

ନୂଆଦିଲ୍ଲୀ: ମାଲାୟମ ଫିଲ୍ମର ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ସୁରେଶ ଗୋପୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକଭୀ ଓ ପାର୍ଟିର ମହାସଚିବ ଭୂପେନ୍ଦ୍ର ୟାଦବଙ୍କ ଉପସ୍ଥିତିରେ ସେ ଔପଚାରିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

୫୭ ବର୍ଷୀୟ ସୁରେଶ କେରଳ ବିଧାନ ନିର୍ବାଚନରେ ବିଜେପିର ଏକମାତ୍ର ଷ୍ଟାର ପ୍ରଚାରକ ଥିଲେ। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୧୯୯୮ ମସିହାରେ ଶ୍ରେଷ୍ଠ ଅଭିନେତା ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।