ବିଜେପିରେ ସାମିଲ ହେଲେ ରବି କିଶନ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ରବି କିଶନ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତରେ ରବି କିଶନ ବିଜେପିରେ ମିଶିଛନ୍ତି। ଏହି ସମୟରେ ଭୋଜପୁରୀ ଫିଲ୍ମର କୋ-ଷ୍ଟାର ଓ ବିଜେପିର ସାଂସଦ ମନୋଜ ତିୱାରୀ ଉପସ୍ଥିତ ଥିଲେ।

୨୦୧୪ରେ ରବି କିଶନ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିଥିଲେ।

ରବି କିଶନ ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି, “ମୁଁ ଏପରି ଏକ ଦଳରେ ସାମିଲ ହୋଇଛି ଯେ ଗରିବ ଲୋକମାନଙ୍କ ପାଇଁ କାମ କରୁଛି।”

ସେ ଆହୁରି କହିଛନ୍ତି,’“କାହା ବିଷୟରେ ଖରାପ ନ କହି  ଦେଶର ଉନ୍ନତି ଉପରେ ଫୋକସ  କରିବା ଆବଶ୍ୟକ।”