ବିଜେପିରେ ମିଶିଲେ ବିଏସ୍‌ପି,ଏସ୍‌ପି ଓ କଂଗ୍ରେସର ୮ ବିଧାୟକ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ରାଜନୀତି ଜୋର୍‌ ଧରିଛି। ଆଜି ବହୁଜନ ସମାଜବାଦୀ ପାର୍ଟି (ବିଏସପି) , ସମାଜବାଦୀ ପାର୍ଟି (ଏସପି) ଓ କଂଗ୍ରେସର ବହୁ ବିଧାୟକ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହୋଇଛନ୍ତି।

ବିଏସ୍‌ପିର ୨ ଜଣ, ଏସ୍‌ପିର ୩ ଜଣ ଓ କଂଗ୍ରେସ ଦଳର ୩ ଜଣ ବିଧାୟକ ବିଜେପିରେ ସାମିଲ୍‌ ହୋଇଛନ୍ତି। କଂଗ୍ରେସର ସଞ୍ଜୟ ଜୟସବାଲ୍‌, ଶେର ବାହାଦୂର, ବିଏସ୍‌ପିର ରାଜେଶ ତ୍ରିପାଠୀ, ବାଲା ପ୍ରସାଦ ଅୱସ୍ଥି ଓ ଏସ୍‌ପିର ରାମପାଲ ଯାଦବ ଆଜି ବିଜେପିରେ ଯୋଗଦାନ କରିଛନ୍ତି।

ଆଜି ବିଜେପିର ସାମିଲ ହୋଇଥିବା ଅଧିକାଂଶ ବିଧାୟକ ପୂର୍ବରୁ ନିଜ ଦଳରେ ବିଦ୍ରୋହ କରି ଦଳରୁ ବହିଷ୍କାର ହୋଇଥିଲେ।