ବିଜେପିରେ ସାମିଲ ହେଲେ କଂଗ୍ରେସ ବରିଷ୍ଠ ନେତା ଏନ୍‌.ଡି. ତିୱାରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ନାରାୟଣ ଦତ୍ତ ତିୱାରୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ୍‌ ଶାହାଙ୍କ ବାସଗୃହରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ତିୱାରୀଙ୍କ ସହ ତାଙ୍କ ପୁଅ ରୋହିତ ଶେଖର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

୯୧ ବର୍ଷୀୟ ତିୱାରୀ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ମଧ୍ୟ ରହିଥିଲେ।