୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସହିତ ଶିବସେନା ମେଣ୍ଟ କରିବ ନାହିଁ : ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ  ବିଜେପି ସହିତ ଶିବସେନା ମେଣ୍ଟ କରିବ ନାହିଁ ବୋଲି ଶିବସେନାର ପ୍ରମୁଖ ଉଦ୍ଧବ ଠାକରେ ଏହା ଘୋଷଣା କରିଛନ୍ତି।

ସେ କହିଛନ୍ତି,“ବିଜେପି ସହିତ ମେଣ୍ଟ ନ  କରିବା ପାଇଁ  ଶିବସେନା  ନିଷ୍ପତ୍ତି ନେଇଛି। ଶିବସେନା ବିଏମସି ନିର୍ବାଚନ ଏକା ଲଢ଼ିବ।”

ଠାକରେ ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ମୋଦି ସରକାର ବିମୁଦ୍ରାକରଣ ନିଷ୍ପତ୍ତି ନେଇ ଦେଶକୁ ବରବାଦ କରିଦେଇଛନ୍ତି।ମୋଦି ବାଦଶାହ ପରି କାମ କରୁଛନ୍ତି।”