ଶ୍ୟାମା ପ୍ରସାଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିବା ଏବଂ ତାଙ୍କ ବିଚାର ପାଳନ କରିବା ଭିନ୍ନ କଥା: ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଜେପିର ଅନ୍ୟତମ ଆଦର୍ଶ କୁହାଯାଉଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ କରିଛନ୍ତି ମମତା ବାନାର୍ଜୀଙ୍କ ସରକାର। ତେବେ ତାଙ୍କ ବିଚାରଧାରାର ପ୍ରଭାବ ମମତାଙ୍କଠାରେ ତିଳେ ମାତ୍ର ପ୍ରତିଫଳିତ ହେଉନି ବୋଲି କହି ସମାଲୋଚନା କରିଛି ବିଜେପି।

ଆଜି ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟଭରଗୀୟା କହିଛନ୍ତି, ଶ୍ରାଦ୍ଧବାର୍ଷିକୀ ପାଳନ କରିବା ଏବଂ ତାଙ୍କ ବିଚାରକୁ ଅନୁସରଣ କରିବା ଦୁଇଟି ଭିନ୍ନ କଥା। ମମତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛନ୍ତି, ତେଣୁ ତାଙ୍କୁ ଧନ୍ୟବାଦ। କିନ୍ତୁ ସେ ତାଙ୍କ ବିଚାରକୁ ଅନୁସରଣ କରିପାରିଲେ ହିଂସା, ବିଶେଷ କରି ପଶ୍ଚିମବଙ୍ଗରେ ରାଜନୀତିକ ହିଂସାର ଅନ୍ତ ହୋଇପାରିବ।

ରାଜନୀତିକ ସ୍ୱାର୍ଥସାଧନ ପାଇଁ ବିଜେପି କର୍ମୀଙ୍କୁ ଲଗାତାର ହତ୍ୟା କରାଯାଉଥିବା ପ୍ରସଙ୍ଗରେ ସେ କହିଛନ୍ତି, ଏହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବିଚାର ନୁହେଁ। ତାଙ୍କ ବିଚାର ରାଷ୍ଟ୍ରକୁ ଏକାଠି କରୁଥିଲା। କିନ୍ତୁ ମମତାଙ୍କ ବିଚାର ଦେଶକୁ ଭାଗ ଭାଗ କରୁଛି।