ୟେଦ୍ଦୁରପ୍ପାଙ୍କ ପାଇଁ ହଜାରେ ପାହାଚ ଚଢ଼ି ମହିଳାଙ୍କ ପୂଜାର୍ଚ୍ଚନା

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜନୀତିକ ହଟଚମଟ ମଧ୍ୟରୁ ଫାଇଦା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏବେ ପୂଜାର୍ଚ୍ଚନାର ଆଶ୍ରୟ ନେଇଛି।

କର୍ଣ୍ଣାଟକା ବିଜେପି ମୁଖ୍ୟ ବିଏସ୍‌ ୟେଦ୍ଦୁରପ୍ପା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ବିଜେପି ନେତା ଓ କର୍ମୀମାନେ ଚାହୁଁଛନ୍ତି। ଏସବୁ ଭିତରେ ବିଜେପି ସାଂସଦ ଶୋଭା କରଣ୍ଡଲାଜେ ଆଜି ୟେଦ୍ଦୁରପ୍ପାଙ୍କ ଶୁଭ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିବେ। ମହୀଶୂରରେ ଥିବା ଚାମୁଣ୍ଡେଶ୍ୱରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିବେ।

ଏଥିପାଇଁ ଆଜି ସକାଳୁ ଶୋଭା ଏକ ପିଙ୍କ ରଙ୍ଗର ରେଶମ ଶାଢ଼ି ପିନ୍ଧି ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେ ଖାଲି ପାଦରେ ମନ୍ଦିରକୁ ଯିବେ।

ଏହି ମନ୍ଦିରକୁ ଯିବା ପାଇଁ ତାଙ୍କୁ ୧୦୦୮ଟି ପାହାଚ ଅତିକ୍ରମ କରିବାକୁ ପଡ଼ିବ। ଚାମୁଣ୍ଡି ପାହାଡ଼ ଉପରେ ପହଞ୍ଚିବା ପରେ ଶୋଭା ସେଠାରେ ଥିବା ଚାମୁଣ୍ତେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ।