୫୦ ବର୍ଷ ପାଇଁ କ୍ଷମତାକୁ ଆସିଛି ବିଜେପି: ଅମିତ ଶାହା

ଭୋପାଳ (ଓଡ଼ିଶା ରିପୋର୍ଟର): ବିଜେପି ୫ କି ୧୦ ନୁହେଁ, ପୂରା ୫୦ ବର୍ଷ ଯାଏଁ ଦେଶକୁ ଶାସନ କରିବା ପାଇଁ ଗାଦିକୁ ଆସିଛି ବୋଲି କହିଛନ୍ତି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ଏହି ଚିନ୍ତାଧାରା ଦଳର ସମସ୍ତ କର୍ମକର୍ତ୍ତାଙ୍କ ମନରେ ରହିଲେ ଦେଶ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଛନ୍ତି। ତିନି ଦିନିଆ ଭୋପାଳରେ ଗସ୍ତରେ ଥିବା ଅମିତ ଶାହା ଦଳର କୋର ଗ୍ରୁପ୍‌ ସଦସ୍ୟ, ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକ ଓ ଜିଲ୍ଲା ଅଧ୍ୟକ୍ଷକଙ୍କ ମିଳିତ ବୈଠକକକୁ ସମ୍ୱୋଧିତ କରିବା ସମୟରେ ଏହି କଥା କହିଥିଲେ।

ସେ କହିଥିଲେ,“ଦଳର କର୍ମକର୍ତ୍ତାଙ୍କୁ ଏବେ ଆରାମ କରିବାର ଅଧିକାର ନାହିଁ। ଦେଶରେ ସଂପୂର୍ଣ୍ଣ ଭାବରେ ସକାରାତ୍ମକ ପରିର୍ତ୍ତନ ଦେଖିବାକୁ ଚାହୁଁଥିଲେ ଥକି ନ ଯାଇ  ଆଗକୁ ବଢ଼ିବାକୁ ହେବ।”

ସେ ଆହୁରି ମଧ୍ୟ କହିଛନ୍ତି,“ପ୍ରାୟ ୫୦ ବର୍ଷ ଯାଏଁ ଆମକୁ କ୍ଷମତାରେ ରହିବାକୁ ପଡ଼ିବ। ଏହି ବିଶ୍ୱାସକୁ ନେଇ ଆମକୁ ଆଗକୁ ବଢିବାକୁ ହେବ। ୪୦ରୁ ୫୦ବର୍ଷ କ୍ଷମତାରେ ରହି ଆମେ ଦେଶର ବ୍ୟାପକ ପରିବର୍ତ୍ତନ କରି ଦେଖାଇବାକୁ ହେବ। କେନ୍ଦ୍ରରେ ଏବେ ପୂର୍ଣ୍ଣ ବହୁମତ ସରକାର ରହିଛି।”