କଳାଧନ ଖୋଳତାଡ଼୍: ଅଘୋଷିତ ଜମା, ୬ହଜାର କୋଟି ଟଙ୍କା ଟିକସ ଆଦାୟ

 

ନୂଆଦିଲ୍ଲୀ: ନୋଟ ବନ୍ଦୀ ପରେ ଖୋଲୁଛି କଳା ଟଙ୍କାର ଗୁମର । ବଢୁଛି ସରକାରୀ ରାଜକୋଷ । ନୋଟ ବନ୍ଦୀ ପରେ  କେନ୍ଦ୍ର ସରକାର  ଅଦ୍ୟାବଧି ୬ ହଜାର କୋଟି ଟଙ୍କାର ଟିକସ ପାଇସାରିଲେଣି। ତେବେ ଏହି ଅର୍ଥ ଅଘୋଷିତ ଆୟରୁ ଆଦାୟ ହୋଇଥିବା ଜଣାପଡ଼ିଛି।

ହେଲେ ବେଆଇନ ଟିକସ ଆଦାୟ ଏତିକିରେ ସରିନି। ଏନେଇ ଖୋଳତାଡ଼ ଜାରି ରହିଛି।  କଳା ଟଙ୍କା ଉପରେ ତଦନ୍ତ କୁରୁଥିବା ଏସଆଇଟି (ସ୍ୱତନ୍ତ୍ର ତଦନ୍ତକକାରୀ ଟିମ୍)ର ଉପାଧ୍ୟକ୍ଷ ତଥା ଜଷ୍ଟିସ ଅରଜିତ ପଶାୟତ ଏହି ସୂଚନା ଦେଇଛନ୍ତି।  ସୂଚନା ଅନୁଯାୟୀ ପୁରୁଣା ୫୦୦  ଏବଂ ହଜାରେ ଟଙ୍କିଆ ଅଚଳ ପରେ ଏହାକୁ ବ୍ୟାଙ୍କରେ ଜମା କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ଅନ୍ୟ ଆକାଉଣ୍ଟ  ସହ ଜନଧନ ଅକାଉଣ୍ଟରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଜମା  ହୋଇଥିଲା। ତେବେ ଅଢେଇ ଲକ୍ଷ ଉପରେ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କ ନିକଟକୁ ଆୟକର ବିଭାଗ ପକ୍ଷରୁ ନୋଟିସ ପଠାଯାଇଥିଲ। ଏହି ଜମାକାରୀଙ୍କୁ ନୋଟିସ୍‌ ପଠାଯାଇଥିଲା। ଏମାନଙ୍କ ମଧ୍ୟରେ କେହି କେହି ନିଜ ନିଜ ଅକାଉଣ୍ଟରେ ଟଙ୍କା ଜମା କରିଥିବା ବେଳ ଆଉ କେହି ଅନ୍ୟମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ।

ଏତେ ଟଙ୍କା ସମାନେ କେଉଁଠୁ ଆଣିଲେ ଏହାର ଟିକିନିଖ ତଥ୍ୟ ମାଗିଥିଲା ଆୟକର ବିଭାଗ। ଅନେକ ବ୍ୟକ୍ତି  ସଠିକ୍ ହିସାବ ଦେଇପାରି ନ ଥିଲେ। ଆଉ କେତେ ଜଣ ସରକାରଙ୍କ ଟ୍ୟାକ୍ସ ସବସିଡ୍ ତଥା ନୂତନ ସ୍କିମ ଅନୁଯାୟୀ ଟଙ୍କା ଜମା କରିଥିବା କହିଛନ୍ତି।  ତଥାପି ଆହୁରୀ କେତେକ ଅଦ୍ୟାବଧି ଉତ୍ତର ଦେଇ ନ ନଥିବା ସୂଚନା ମିଳିଛି। ପୂର୍ବରୁ ସରକାରଙ୍କ ଘୋଷଣା ଅନୁଯାୟୀ ଅଘୋଷିତ ଆୟକାରୀ କଳା ଟଙ୍କା ଜମା କଲେ ୬୦ ପ୍ରତିଶତ ଟ୍ୟାକ୍ସ ‌ଏବଂ ପରବର୍ତ୍ତୀ ସମୟରେ ୭୫ ପ୍ରତିଶତ ଟ୍ୟାକ୍ସ ପୈଠ କରିବା ନେଇ କୁହାଯାଇଥିଲା।

ଜଷ୍ଟିସ ଅରଜିତ ପଶାୟତ କହିଛନ୍ତି ଯେ, କଳା ଟଙ୍କା ଯାଁଚ ପାଇଁ ପ୍ରଥମେ ୫୦ଲକ୍ଷ ଏବଂ ତା’ଠୁ ଅଧିକ ଜମା କରିଥିବା ବ୍ୟକ୍ତିଙ୍କ ଉପରେ ନଜର ଥିଲା। ଏମାନଙ୍କ ପାଖକୁ ଇ-ମେଲ ଏବଂ ଏସଏମସ ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହି ତାଲିକାରେ ଓଡ଼ିଶାର ଅନେକ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ମଧ୍ୟ ନୋଟିସ ପଠାଯାଇ ଥିବା ସେ କହିଛନ୍ତି। ହେଲେ ୧୦୯୨ ଜଣଙ୍କ ଆଦୌ ଉତ୍ତର ଦେଇ ନାହାନ୍ତି। ନୋଟିସକୁ ବେଖାତରି କରୁଥିବା ତଥା କଳା ଟଙ୍କା ଜମାକାରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଓଡ଼ିଶାର  ଜଣେ ଡିଏଫଓ ୨.୫ କୋଟି ଟଙ୍କା ଜମା କରିଛନ୍ତି।  ଏହାର ଜବାବ ସେ କିଭଳି ରଖିବେ। ଏସବୁ  ଟଙ୍କା କେବଳ ଲାଞ୍ଚ ହିଁ ହୋଇଥିବା।  ଏ ସବୁ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ସେହିପରି ପାନାମା ପେପରରେ ପ୍ରକାଶ ପାଇଥିବା  ୫୦୦ ଜଣ କଳାଟଙ୍କଧାରୀଙ୍କ  ବିରୋଧରେ ମଧ୍ୟ ତଦନ୍ତ ହେବ ବୋଲି  ଜଣାପଡ଼ିଛି।