କୃଷ୍ଣସାର ମୃଗ ଶିକାର ମାମଲାରେ କାଲି ଆସିବ ରାୟ: ସଲମାନଙ୍କ ସହ ଅନ୍ୟ ୩ କଳାକାର ଯୋଧପୁରରେ ପହଞ୍ଚିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷ୍ଣସାର ମୃଗ ଶିକାର ମାମଲାରେ ଆସନ୍ତାକାଲି ରାୟ ଶୁଣାଇବେ ଯୋଧପୁର କୋର୍ଟ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ଥିବା ମାମଲାରେ ପ୍ରକାଶ ପାଇବ ରାୟ। ଏହାସହ ମାମଲାରେ ସଂପୃକ୍ତ ଅଛନ୍ତି ଅଭିନେତା ସୈଫ ଅଲ୍ଲି ଖାନ୍, ଅଭିନେତ୍ରୀ ସୋନାଲୀ ବେଦ୍ରେ ଏବଂ ତବୁ। ତେଣୁ ଆଜି ସମସ୍ତ ଅଭିଯୁକ୍ତ ଯୋଧପୁରରେ ପହଞ୍ଚିଛନ୍ତି। ନିକଟରେ ଆବୁ ଧାବିରେ ରେସ୍-୩ର ସୁଟିଂ କରୁଥିବା ସଲମାନ୍ ଖାନ୍ ଯୋଧପୁରରେ ପହଞ୍ଚିଛନ୍ତି। ଏହାସହ ସୈଫ, ସୋନାଲୀ ଏବଂ ତବୁ ମଧ୍ୟ ଯୋଧପୁରକୁ ଆସିଛନ୍ତି। ମାମଲାରେ ଶେଷ ଏବଂ ଚୁଡ଼ାନ୍ତ ରାୟ ଆସନ୍ତାକାଲି ପ୍ରକାଶ କରିପାରନ୍ତି କୋର୍ଟ। ଅକ୍ଟୋବର ୨ ତାରିଖ ୧୯୯୮ ମସିହାରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ଯେଉଁଥିରେ ଏସମସ୍ତ କଳାକାର ଅଭିଯୁକ୍ତ ଭାବେ ଦର୍ଶାଇ ମାମଲା ରୁଜୁ ହୋଇଛି। ସଲମାନଙ୍କ ସମେତ ଅନ୍ୟ ତିନି ଜଣ ଏକ ହିନ୍ଦି  ଫିଲ୍ମର ସୁଟିଂ ବେଳେ ଏହି ଶିକାର କରିଥିବା ନେଇ ଅଭିଯୋଗ ରହିଛି।