ୟୁପି ବିଧାନସଭାରେ ବିସ୍ଫୋରକ: ବିରୋଧୀଦଳ ଯୋଜନା କରିଥିବା କହିଲେ ଯୋଗୀ  

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ  ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି। ସମସ୍ତଙ୍କ ମଧ୍ୟରେ ଏକ ଭୟ ବାତାବରଣ ଖେଳିଯାଇଛି। ଏହି ଘଟଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଅ ଆଦିତ୍ୟନାଥ ଚିନ୍ତା ପ୍ରକଟ କରିବା ସହ ଏହାର ଟିକିନିକ ତଦନ୍ତ ଆଦେଶ ଦେଇଛନ୍ତି। ବିଧାନସଭାରେ ସୁରକ୍ଷା ଦାୟିତ୍ୱ କେବଳ ସରକାରଙ୍କର ନୁହେଁ ଏଥିପାଇଁ ସମସ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ୧୨ ଜୁଲାଇରେ ବଜେଟ ଅଧିବେସନ ସମୟରେ ବିଧାୟକଙ୍କ ଛଡା ଅନ୍ୟ କେହି ମଧ୍ୟ ବିଧାନସଭା ଭିତରକୁ ପ୍ରବେଶ କରିପାରିବାର ଅନୁମତି ନ ଥିବା ସ୍ଥଳେ  କିପରି  ବିପକ୍ଷ ଦଳର ସିଟ୍ ପାଖରେ ବିଷ୍ପୋରକ ସାମଗ୍ରୀ ମିଳିଳା।ଏହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।

ଅନ୍ୟପଟେ ଯୋଗୀ ସମସ୍ତ ବିଧାୟକ ମାନଙ୍କୁ ସାଙ୍ଗରେ ଫୋନ ନନେଇ ବିଧାନସଭାକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ ଏହା ମଧ୍ୟ କହିଛନ୍ତି କି ଦେଶର ଏବେ ବିଧାନସଭା ସୁରକ୍ଷିତ ନୁହେଁ। ବିଧାନସଭାରେ କ୍ୟୁଆର୍‌ଟିମ୍ ଟିମ୍ ରହିବା ଦରକାର ଏହାସହ ବିଧାନସଭା ବାହାରେ ବ୍ୟାଗ୍ ଓ ମୋବାଇଲ ରଖିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଦରକାର। ଏହାସହ ତିନି ଲେୟର ବିଶିଷ୍ଟ ସୁରକ୍ଷା ରହିବା ସତ୍ତ୍ୱେ ଏହି ପ୍ରକାର ଘଟଣା ଘଟିବା ଏକ ଚିନ୍ତାଦାୟକ।

କୁହାଯାଉଅଛି କି ଏହି ବିସ୍ଫୋରକ ସାମଗ୍ରୀ ବିପକ୍ଷ ଦଳ ସିଟ ପାଖରୁ ମିଳିଛି। ଏହା ଏକ ଭୟଙ୍କର ବିଷ୍ଫୋରକ। ଏହା ଗନ୍ଧହୀନ ଓ ରଙ୍ଗହୀନ କେବଳ ଆକାରରରେ ମିଳିଥାଏ। ମେଟାଲ ଡିଟେକ୍ଟର ଜରିଆରେ  ଏହା ଜାଣିପାରିବା କଷ୍ଟକର ହୋଇଥାଏ। ସ୍ୱତନ୍ତ୍ର କୁକୁର ଟିମ୍ ବିଧାନସଭାର ତଲାସି କରିବା ପରେ ଜଣାପଡିଥିଲା।