ଆରଆନାଙ୍କ ଶୋ’ ବେଳେ ଧମାକା: ଦୋହଲି ଗଲା ମାଞ୍ଚେଷ୍ଟର ସିଟି, ୧୯ ମୃତ

ମାଞ୍ଚେଷ୍ଟର: ଇଂଲଣ୍ଡର ମାଞ୍ଚେଷ୍ଟର ସିଟିରେ ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ମାଞ୍ଚେଷ୍ଟରରେ ଆମେରିକା ପପ୍‌ ଗାୟକ ଆରିଆନା ଗ୍ରାଣ୍ଡେଙ୍କ କାର୍ଯ୍ୟକ୍ରମ ସରିବା ପରେ ଏହି ବୋମା ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାର କାରଣ ଜଣାପଡିନାହିଁ।

ଆରିଆନାଙ୍କ ଶୋ’ ଦେଖିବାକୁ ପ୍ରାୟ ୨୧,୦୦୦ ଦର୍ଶକ ଅରସିଥିଲେ। ଶୋ’ ସରିବା ପରେ ଲାଗ ଲାଗ ଦୁଇଟି ବିସ୍ଫୋରଣ ଘଟିଥିଲା।