ଚୀନ୍‌ରେ ଭାରତୀୟ ଦୂତାବାସ ସମ୍ମୁଖରେ ବିସ୍ଫୋରଣ

ନୂଆଦିଲ୍ଲୀ: ଚୀନ୍‌ର ରାଜଧାନୀ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆଜି ଏକ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଖବର ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍‌ କରିବା ସହ ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣରେ ଭାରତୀୟ ଦୂତାବାସର କୌଣସି କ୍ଷୟକ୍ଷତି ହୋଇନାହିଁ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଭାରତୀୟ ଓ ଆମେରିକୀୟ ଦୂତାବାସ ପାଖାପାଖିରେ ରହିଛି। ଫଳରେ ବିସ୍ଫୋରଣକୁ ନେଇ ପ୍ରଥମେ ସଠିକ୍‌ ସୂଚନା ମିଳିପାରି ନଥିଲା। ଆମେରିକୀୟ ଦୂତାବାସ ସମ୍ମୁଖରେ ବିସ୍ଫୋରଣ ହୋଇଛି ବୋଲି କୁହାଯାଇଥିଲା।

ସୋଶାଲ୍‌ ମିଡିଆରେ କିଛି ଲୋକ ଏହି ବିସ୍ଫୋରଣର ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଏହାକୁ ଆମେରିକା ଦୂତାବାସ ଦର୍ଶାଇଥିବା ବେଳେ ଆଉକିଛି ଭାରତୀୟ ଦୂତାବାସ ବୋଲି ଉଲ୍ଲେଖ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More