ନୀଳତିମି ନେଲା ଆଉଏକ ମୁଣ୍ଡ: ପଣ୍ଡିଚେରୀରେ ବ୍ଲୁ-ହ୍ୱେଲ୍‌ର ଶିକାର ହେଲେ ଛାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବ୍ଲୁ ହ୍ୱେଲ ଆତଙ୍କ। ଦିନକ ପୂର୍ବରୁ  ବ୍ଲୁ ହ୍ୱେଲ ଗେମ୍‌ର ମାଷ୍ଟର ମାଇଣ୍ଡ ରଷିଆରୁ ଧରା ପଡିଥିବା ବେଳେ ତଥାବି ପୁଣି ବ୍ଲୁ ହ୍ୱେଲର ଆତଙ୍କ କମିନାହିଁ। ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଏମବିଏ ଛାତ୍ର ଏହି ଗେମ୍‌ରେ ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ଘର ଆସାମରେ। ତାଙ୍କ ନାଁ ଶଶିକୁମାର ବୋରା। ସେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଥିଲେ। ପୋଳିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଶଶିକୁମାର ବ୍ଲୁହ୍ୱେଲ ପ୍ରଭାବରେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। କିଛି ଦିନ ହେଲା ଦେଶର ବ୍ଲୁ ହ୍ୱେଲ ପ୍ରଭାବରେ  ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି। ବର୍ତ୍ତମାନ ସୁଦ୍ଧା ଏହି ଗେମ୍‌ରେ ଶିକାର ହୋଇ ସାରା ବିଶ୍ୱରେ ୧୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି।