ଅର୍ସଦ ୱାରସିଙ୍କ ଘର ଭାଙ୍ଗିଦେଲା ବିଏମସି

ମୁମ୍ବାଇ: ବଲିଉଡ୍‌ କଳାକାର ଅର୍ସଦୱାରସିଙ୍କ ଫ୍ଲାଟକୁ ଭାଙ୍ଗିଦେଇଛି ବିଏମସି( ବମ୍ବେ ମହାନଗର ନିଗମ)। ମୁମ୍ବାଇର ଭରସୋଭାଠାରେ ଥିବା ଏହି ବିଲଡିଂକୁ ଭାଙ୍ଗିଦେଇଛି ବିଏମସି। ୧୩୦୦ ସ୍କୟାରଫୁଟ୍‌ରେ ଥିବା ଏହି ଫ୍ଲାଟର ଦ୍ୱିତୀୟ ମହଲାକୁ ଭାଙ୍ଗି ଦିଆଯାଇଛି। ସରକାରୀ ଜାଗାରେ ଜବରଦଖଲ କରି ଏହି ଘର ନିର୍ମାଣ ହୋଇଥିବା ବିଏମସି ପକ୍ଷରୁ ଦର୍ଶାଯାଇଛି। ତେଣୁ ଏହାକୁ ଭଙ୍ଗାଗଲା ବୋଲି କୁହାଯାଇଛି। ୨୦୧୨ରେ  ଅର୍ସଦୱାରସି ଏହି ବିଲଡିଂ ନିର୍ମାଣ କରିଥିଲେ।