ମାଲେସିଆ : ବୁଡିଗଲା ବୋଟ୍,୧୪ ଶରଣାର୍ଥୀ ମୃତ

କୁଆଲାଲାମ୍ବପୁର: ମାଲେସିଆ ଉପକୂଳରୁ ଇଣ୍ଡୋନେସିଆକୁ ଆସୁଥିବା ଏକ ବୋଟ ବୁଡିଯିବାରୁ ୧୪ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକଙ୍କର ପତ୍ତା ମିଳୁନାହିଁ। ମିଳିଥିବା ସୂଚନା ମୁତାବକ କାଠ ତିଆରି ବୋଟଟିରେ ୭୦ରୁ ଅଧିକ ଶରଣାର୍ଥୀଙ୍କୁ ନେଇ ଇଣ୍ଡୋନେସିଆକୁ ଯାଉଥିଲା। ତେବେ କୌଣସି କାରଣରୁ ଏହା ମାଲାକ୍କା ନିକଟରେ ବୁଡି ଯାଇଥିଲା। ଅନ୍ୟପକ୍ଷରେ ବୋଟଟିର ଭଗ୍ନାବଶେଷ ମାଲେସିଆର ପଶ୍ଚିମପ୍ରାନ୍ତର ସେଲଗୋନର ନିକଟରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ମେଲସିଆ ମାରିଟାଇମ ଏନ‍ଫୋର୍ସମେଣ୍ଟ ଏଜେନ୍ସୀ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲା।