ସହାୟକଙ୍କ ସହ ବୃଦ୍ଧ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ଦିଲ୍ଲୀର ବସନ୍ତ ବିହାରଠାରେ ଜଣେ ସହାୟକଙ୍କ ସହିତ ବୃଦ୍ଧ ଦମ୍ପତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବିଷ୍ଣୁ କୁମାର (୮୦) ଏବଂ ଶଶି ମାଥୁର (୭୫) ଉଭୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବସନ୍ତ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେମାନଙ୍କ ସହ ଏହି ଘରେ ଘରୋଇ କାମରେ ସାହାଯ୍ୟ କରୁଥିବା ସହାୟକ ଖୁସ୍‌ବୁ ନୌଟିୟାଲ ମଧ୍ୟ ରହୁଥିଲେ।

୩ ଜଣଙ୍କର ଗଳା କଟାଯାଇଛି। ତାଙ୍କ ଘରର କବାଟ ପାଖରେ କିଛି ଲୋକ ରକ୍ତ ଦେଖିବା ପରେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଏହି ହତ୍ୟାକାଣ୍ଡ ଡକାୟତି କାରଣରୁ ନୁହେଁ।

ଏହି ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ଦମ୍ପତିଙ୍କ ପୁଅ ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ଏବଂ ସେମାନଙ୍କ ଝିଅମାନେ ବାହାରେ କୌଣସି ଦୂର ସ୍ଥାନରେ ରହୁଛନ୍ତି।