ସ୍କୁଲ ଘରକୁ ମାଡ଼ିଗଲା ବୋଲେରୋ: ଚାଲିଗଲା ୯ ଛାତ୍ରଛାତ୍ରୀଙ୍କ ଜୀବନ , ସବୁ ମଦ ପାଇଁ…

ପାଟନା: ବିହାର ମୁଜଫରପୁର ଜିଲ୍ଲା ମିନାପୁରରେ ଅଭାବନୀୟ ଘଟଣା  । ଦୁର୍ଘଟଣାରେ ୯ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସ୍କୁଲ ନିକଟରେ ରାସ୍ତା ପାର ହେଉଥିଲେ ଛାତ୍ରଛାତ୍ରୀ । ଏହି  ସମୟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଇଥିଲା।  ଦ୍ରୁତ ବେଗରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ସ୍କୁଲ କାନ୍ଥକୁ ଧକ୍କା ଦେଇଥିଲା ଗାଡ଼ି ।  ଘଟଣାସ୍ଥଳରେ ହିଁ ୯ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗାଡ଼ି ଚଳାଇବା ବେଳେ ଡ୍ରାଇଭର  ନିଶାସକ୍ତ ଥିବା ସୂଚନା ମିଳିଛି।   ବିହାରରେ ମଦ ବିକ୍ରି ବନ୍ଦ ଥିବା ବେଳେ ଡ୍ରାଇଭର କେଉଁଠୁ ମଦ ପାଇଲେ, ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା  ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।  ଏହା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି।