ସରକାରୀ ଚାକିରି ଖୋଜୁଛନ୍ତି ଅଭିଷେକ ବଚ୍ଚନ ! ଦେଇଛନ୍ତି କ୍ଲର୍କ ପରୀକ୍ଷା!!

ମୁମ୍ୱାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କୁ ଦରକାର ସରକାରୀ ଚାକିରି। ନିକଟରେ ଏସ୍‌ଏସ୍‌ସି ପରୀକ୍ଷାରେ କିରାଣି ପଦବୀ ପାଇଁ ସେ ଆବେଦନ କରିଥିଲେ। ତାଙ୍କ ଫଟୋ ଥାଇ ଜାରି କରାଯାଇଥିବା ଆଡ୍‌ମିଟ୍ କାର୍ଡରୁ ଏହା ଜଣାପଡୁଛି। ଜାଣି ଆଶ୍ଚର୍ଯ୍ୟ ହେଲେ କି? ଅବଶ୍ୟ ଆଶ୍ଚର୍ଯ୍ୟ ହେଲା ଭଳି କଥା। ତେବେ ଆପଣ ଯାହା ଭାବୁଛନ୍ତି ଠିକ୍। ଅଭିଷେକ କାହିଁକି ସରକାରୀ ଚାକିରି ଖୋଜିବେ?  ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଡ୍‌ମିଟ୍‌ କାର୍ଡରେ ଲାଗିଥିଲା ଅଭିଷେକଙ୍କ ଫଟୋ।

କର୍ମଚାରୀ ଚୟନ ଆୟୋଗ ୱେବସାଇଟ୍‌ରେ ଜାରି ହୋଇଥିବା ଏହି ଆଡମିଟ୍‌ କାର୍ଡରେ  ଅଭିଷେକଙ୍କ ରୋଲ୍‌ ନଂ ୨୪୦୫୨୮୩୬୧୧ ଲେଖା ଯାଇଥିବା  ବେଳେ ୧ ଜାନୁଆରୀ ୧୯୯୫ରେ ସେ ଜନ୍ମ ହୋଇଥିବା ଦର୍ଶାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଫଟୋ ତଳେ ଅଭିଷେକର ବଚ୍ଚନ ନାଁରେ ସିଗ୍‌ନେଚର୍‌ ରହିଛି। ଆହୁରି ଆଶ୍ଚର୍ଯ୍ୟ ହେବେ ଏଥିରେ ସେ ଜଣେ ମହିଳା ବୋଲି ଲେଖାଯାଇଛି।