ବଲିଉଡ୍ ସିଙ୍ଗର ପାପୋନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ  

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ବଲିଉଡ୍ ସିଙ୍ଗର ପାପୋନ ମହନ୍ତଙ୍କ ବିରୋଧରେ ରିୟାଲିଟି ସୋ ପ୍ରତିଯୋଗିଙ୍କୁ ଅସଦାଚରଣ କରିବା ଅଭିଯୋଗ ଆସିଛି। ରିଆଲିଟି ସୋ ଭଏସ ଅଫ ଇଣ୍ଡିଆର ମେଣ୍ଟର ଥିବା ପାପୋନ ସୋର ଜଣେ ପ୍ରତିଯୋଗୀଙ୍କୁ ଅସଦାଚରଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଅଭିଯୋଗ ହୋଇଛି।  ସୁପ୍ରିମକୋର୍ଟ ଓକିଲ ରୁନା ଭୁୟାଁ ଏନେଇ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି  । ତେବେ ଭାଇରାଲ ହୋଇଥିବା ଭିଡିଓଟି ରିଆଲିଟି ସୋରେ ହୋଲି ଉତ୍ସବ ଥିବା ଏକ ସ୍ୱତନ୍ତ୍ର ଏପିସୋଡର ସୁଟଂ ବେଳର ବୋଲି ଜଣାପଡିଛି । ସେପଟେ ଏହି  ପୁରା ଘଟଣାରେ ପାପୁନଙ୍କୁ ସମର୍ଥନ ଜଣାଇଛନ୍ତି ତାଙ୍କର ପ୍ରଂଶସକମାନେ ।