ପରିବା ହାଟରେ ବିସ୍ଫୋରଣ, ୨୦ ମୃତ

ପେଶାୱାର: ପାକିସ୍ତାନର ଉତ୍ତର ପଶ୍ଚିମରେ ଥିବା ଇଦ୍‌ଗାହ ବଜାରର ଏକ ପରିବା ହାଟରେ ଆଜି ଏକ ବଡ଼ ବିସ୍ଫୋରଣ ଘଟି ପାଖାପାଖି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସେନା ହେଲିକପ୍ଟରରେ ଅନ୍ୟତ୍ର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଖବର ମୁତାବକ ବିସ୍ଫୋଟକୁ ଏକ ପରିବା ଝୁଡ଼ିରେ ଲୁଚାଇ ରଖାଯାଇଥିଲା। ପରିବା ବିକ୍ରୀ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସେନା ଦଳ ପହଞ୍ଚି ସେହି ଅଞ୍ଚଳକୁ ଘେରାଉ କରିଛନ୍ତି।