ମୁମ୍ବାଇ ଓଡ଼ିଶା ଭବନରେ ବନ୍ଦ ହୋଇଗଲା ଏହି ସେବା: ପଢନ୍ତୁ କେତେ ଟଙ୍କା ବୁଡ଼ିଗଲା, କିଏ ଚଳୁ କରିଦେଲା

ମୁମ୍ବାଇ(ଓଡ଼ିଶା ରିପୋର୍ଟର) ପାଞ୍ଚ ବର୍ଷ ଧରି ଚାଲିଥିବା କ୍ୟାଣ୍ଟିନ୍ ସେବା ବନ୍ଦ । ଏହାସହ କ୍ୟାଣ୍ଟିନ୍ ପାଇଁ ଠିକା ନେଇଥିବା ସଂସ୍ଥା ବକେୟା ଟଙ୍କା ନ ଦେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି।  ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର କ୍ଷତି  ସହିବାକୁ ଯାଉଛନ୍ତି ଓଡ଼ିଶା ସରକାର।  ଏପରି ଅଭିଯୋଗ ଆସିଛି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନରୁ । ଯେଉଁଠି ଗତ ୨୦୧୩ରୁ କ୍ୟାଣ୍ଟିନ୍ ପରିଚାଳନା ଦାୟିତ୍ୱରେ ଥିବା ଠିକା ସଂସ୍ଥା ହଠାତ୍ କ୍ୟାଣ୍ଟିନ୍ ବନ୍ଦ କରିଦେଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ।   ଗତ କିଛି ଦିନ ତଳେ ଫେରାର ହୋଇଯାଛି କ୍ୟାଣ୍ଟିନ୍ ଚଲାଉଥିବା ସଂସ୍ଥା । ଆଉ ଓଡ଼ିଶା ସରକାରଙ୍କ ବକେୟା ଲକ୍ଷ ଲକ୍ଷ ଟଙ୍କା ବି ଚଳୁ କରି ଅଠିକା ସଂସ୍ଥା ଗାୟବ ହୋଇଯାଇଛି। ଯାହାକୁ ନେଇ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶା ସରକାରଙ୍କ ଆଗତ ଟେଣ୍ଡର ଯୋଗେ କ୍ୟାଣ୍ଟିନ୍ ଦାୟିତ୍ୱ ନେଇଥିଲା ଡାଲଭିନ୍ ଗୃପ । ୨୦୧୩ରୁ ୨୦୧୭ ଯାଏ କ୍ୟାଣ୍ଟିନ୍ ପରିଚାଳନା କରୁଥିଲା ଏହି ସଂସ୍ଥା।  ଏହି ମଧ୍ୟରେ ରାଜ୍ୟ ସରକାରଙ୍କୁ କୌଣସି ବି ଟଙ୍କା ପରିଶୋଧ କରାଯାଇ ନାହିଁ । ଘର ଭଡ଼ା, ବିଜୁଳି, ପାଣି ବିଲକୁ ମିଶାଇଲେ ୫୦ ଲକ୍ଷରୁ ଅଧିକ ଟଙ୍କା ବକେୟା ଥିବା କଥା ସମ୍ନାକୁ ଆସୁଛି।  ହେଲେ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କ୍ୟାଣ୍ଟିନ୍ ଚଲାଇବା ପରେ ଏହାକୁ ବନ୍ଦ କରି ଦେଇଛି ଡାଲଭିନ୍ ଗୃପ।  ଏସମସ୍ତ ଟଙ୍କାକୁ ଠକିବା ପାଇଁ ବିଧିବଦ୍ଧ ଭାବେ ଯୋଜନା ହେବା ସହ ଓଡ଼ିଶା ଭବନର କିଛି ଉଚ୍ଚ ପଦସ୍ତ ଅଧିକାରୀ ସାମିଲ ଥବା ଅଭିଯୋଗ ହୋଇଛି।  ତେବେ କ୍ୟାମେରା ସମ୍ନାକୁ ନ ଆସି ଏନେଇ ସ୍ପଷ୍ଟୀକରଣ ରଖିଛି ଠିକା ସଂସ୍ଥା। କ୍ୟାଣ୍ଟିନ୍ ଲାଭ ଜନକ ବ୍ୟାପର ହୋଇ ନ ଥିବା ଦର୍ଶାଇ ଏହାକୁ ବନ୍ଦ କରାଯାଇଥିବା କୁହାଯାଇଛି।  ହେଲେ ଏଥିଯୋଗୁ ପ୍ରତିଦିନ ଓଡ଼ିଶା ଭବନକୁ ଆସୁଥିବା ଓଡ଼ିଆ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।