ବିଲ୍‌ କ୍ଲିଣ୍ଟନ ଓ ହିଲାରୀଙ୍କୁ ଉଡ଼ାଇ ଦେବାକୁ ଯୋଜନା!, ଘରୁ ମିଳିଲା ବୋମା

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଓ ତାଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନ୍‌କୁ ଜୀବନରୁ ମାରି ଦେବାକୁ ଯୋଜନା ହୋଇଥିଲା। ଏଥିପାଇଁ ସେମାନଙ୍କ ଘରେ ବୋମା ମଧ୍ୟ ରଖାଯାଇଥିଲା। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବିଲ୍ ଓ ହିଲାରୀଙ୍କ ଘରୁ ବୋମାକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ପାରିଛି। ବୋମା ନିଷ୍କ୍ରିୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ନଷ୍ଟ କରିଦେଥିବା ଜଣାପଡ଼ିଛି। ନ୍ୟୁୱର୍କ ସ୍ଥିତ ବାସଭବନରେ ଏଭଳି ଘଟିଛି।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। କିଏ ଓ କାହିଁକି ଏଭଳି ବିଲ୍‌ ଓ ହିଲାରୀଙ୍କ ଘରେ ବୋମା ରଖିଥିଲା, ତାହା ଜଣାପଡ଼ିନାହିଁ। ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାରୁ, ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମଙ୍କ ଘରକୁ ମଧ୍ୟ କିଛି ସନ୍ଦିଗ୍ଧ ବିସ୍ଫୋରକ ପଠାଯାଇଥିବା ଜଣାପଡ଼ିଛି। ତେବେ ଏଥିଯୋଗୁ କୌଣସି କ୍ଷୟକ୍ଷତି ଘଟିନାହିଁ।